February 19, 2026

ସୁନାଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ

1 min read

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡା ସହରର ଗୁଣ୍ଡିଚାନଗର ଛକରେ ଘରେପଶି ଛୁରୀରେ ଆକ୍ରମଣ ସହ ସୁନାଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ସୁନା ଉଦ୍ଧାର କରି ସଂପୃକ୍ତ ପରିବାରକୁ ଫେରାଇଛି ପୁଲିସ। ଗତ ଡିସେମ୍ବର ୧୩ତାରିଖ ସନ୍ଧ୍ୟାରେ ଘରଭଡା ବାହାନାରେ ଅଜୟ କୁମାର ରାଉତଙ୍କ ଘରେ ୨ଜଣ ଯୁବକ ପଶି ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିବାସହ ବେକରେ ପିନ୍ଧିଥିବା ସୁନା ଚେନ ଲୁଟି ନେଇଥିଲେ। ଏ ନେଇ ଅଜୟ ଥାନାର ଦ୍ବାରସ୍ଥ ହୋଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତକରି ଲୁଟ୍ ସୁନା ଉଦ୍ଧାର କରି ହସ୍ତାନ୍ତର କରିବା ସହ ଅଭିଯୁକ୍ତ ଯୁଧିଷ୍ଠି କୈଶଲ୍ୟା ଓ ରୋହିତ ହିଆଲକୁ ଗିରଫକରି କୋର୍ଟ ଚାଲାଣ କରିଛି। ଅପରପକ୍ଷରେ ସୁନା ଫେରିପାଇବା ପରେ ପୁଲିସ୍‌କୁ ଧନ୍ୟବାଦ ଜଣାଇଛନ୍ତି ଅଜୟ କୁମାର ରାଉତ।