February 18, 2026

ଟିଟିଲାଗଡ଼ ଥାନା ଅନ୍ତର୍ଗତ ଝାରଦେବନ୍ଧ ଜଙ୍ଗଲରେ ଆଜି ସକାଳୁ ପୁଲିସ ବିଭାଗ

1 min read

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଝାରଦେବନ୍ଧ ଜଙ୍ଗଲରେ ଆଜି ସକାଳୁ ପୁଲିସ ବିଭାଗ ଦ୍ୱାରା ଗଞ୍ଜେଇ ଚାଲାଣ ନେଇ ଏକ ବଡ଼ ଧରଣର ରେଡ ଚାଲିଛି । ଏଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି ମନୋଜ ମୁଣ୍ଡାଙ୍କ ସମେତ ବ୍ୟାପକ ପୁଲିସ ଟିମ୍ ଏହି ରେଡରେ ସାମିଲ ଅଛନ୍ତି। ୪ ଜଣ ବ୍ୟକ୍ତି ଗଞ୍ଜେଇ ଧରି ଜଙ୍ଗଲରେ ଅନ୍ୟକୁ ହସ୍ତାନ୍ତର କରିଵା ପାଇଁ ଜଗି ରହିଥିବାବେଳେ ପୁଲିସ ଚଢ଼ାଉ କରିଥିବା ଜଣାପଡିଛି। ବର୍ତ୍ତମାନ ସନ୍ଧ୍ୟା ୫ ଟାରେ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ତୁଷାର କାନ୍ତ ମହଲାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ମାପଚୁଖ ଚାଲିଛି । ସବିଶେଷ ତଥ୍ୟ ପରେ ପ୍ରଦାନ କରାଯିବ ବୋଲି ଆଇଆଇସି ଶ୍ରୀ ମୁଣ୍ଡା କହିଛନ୍ତି ।