March 10, 2026

ପୁଲିସ ଓ ପ୍ରଶାସନ ସୃଷ୍ଟି କଲା କୃତ୍ରିମ ଭୂମିକମ୍ପ

1 min read

ସୋର: ପୁଲିସ ଓ ପ୍ରଶାସନ ସୃଷ୍ଟି କଲା କୃତ୍ରିମ ଭୂମିକମ୍ପ: ଥରିଲା ୬ ଗାଁ, ଭାଙ୍ଗିଲା ଶତାଧିକ ଘର। ପ୍ରଶାସନର ଖାମଖିଆଲି ନୀତି ପାଇଁ ଜବତ ବାଣ ନିଷ୍କ୍ରିୟ ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁ ୬ ଗାଁର ଶତାଧିକ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ରୋଗୀ ତଳେ ପଡ଼ି ଆହତ ହେଲେ। ଲୋକେ ଭୟରେ ଘରୁ ବାହାରକୁ ଦୌଡିଲେ। ପୁଲିସ ନାଁରେ ଥାନାରେ ଅଭିଯୋଗ କଲେ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୁଲିସ ବେଆଇନ ଜବତ ବାଣ ବିସ୍ଫୋରଣ କରାଇବା ଯୋଗୁ ଏଭଳି ଅଘଟଣ ଘଟିଛି। ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝରକା ଭାଙ୍ଗିଥିବା ଚିତ୍ର ସାମ୍ନାକୁ ଆସିଛି।