May 4, 2026

ବିଜେପି ମୁଖ୍ୟାଳୟରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

1 min read

ନୂଆଦିଲ୍ଲୀ: ବିଜେପି ମୁଖ୍ୟାଳୟରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଜେପିର ଦାୟିତ୍ୱ ଏବେ ନୀତିନଙ୍କ ଉପରେ । ସଂଗଠନର ଅନ୍ତିମ ପର୍ବ ଶେଷ ହେବା ନେଇ ମୋଦୀ ସୂଚନା ଦେଇଛନ୍ତି । ନୂତନ ଅଧ୍ୟକ୍ଷଙ୍କୁ ମୋଦୀ ଜନସେନା ଓ ରାଷ୍ଟ୍ରସେବାର ଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବ ଅଧ୍ୟକ୍ଷ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀଳ, ମୁରଲୀ ମନୋହର ଯୋଶୀ, ନୀତିନ ଗଡକାରୀ ଏବଂ ଜେପି ନଡ୍ଡା କାର୍ଯ୍ୟକାଳକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ନରେନ୍ଦ୍ର ମୋଦୀ ।

ନୀତିନ ନବୀନଙ୍କୁ ସ୍ୱାଗତ କରିବା ସହ ମୋଦୀ କହିଛନ୍ତି ମୁଁ ଆଜି ବିଜେପିର କାର୍ଯ୍ୟକର୍ତ୍ତା ଭାବେ ଏଠାରେ ପହଞ୍ଚିଛି । ମୁଁ ଆଜି ଜଣେ କାର୍ଯ୍ୟକର୍ତ୍ତା, ନୀତିନ ନବୀନ ମୋ ବସ୍‌ । ନୂଆ ଅଧ୍ୟକ୍ଷଙ୍କର ବିଜେପିକୁ ସମ୍ଭାଳିବା ଏକମାତ୍ର ଦାୟିତ୍ୱ ନୁହେଁ, ଏନଡିଏର ସାଥି ଦଳମାନଙ୍କୁ ନେଇ ଚଳିବାର ଦାୟିତ୍ୱ ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କୁ ଜଣେ ନେତା ଭାବରେ ବର୍ଣ୍ଣନା କରିଥିଲେ ଯିଏ ଦେଶରେ ଘଟୁଥିବା ଗଭୀର ପରିବର୍ତ୍ତନକୁ ନିକଟରୁ ଦେଖିଛନ୍ତି। ସେ କହିଛନ୍ତି ଯେ ନବୀନ ଏପରି ଏକ ପିଢ଼ିରୁ ଆସିଛନ୍ତି ଯେଉଁମାନେ ପିଲାବେଳେ ରେଡିଓରେ ଖବର ଶୁଣୁଥିଲେ ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ଆଧୁନିକ ପ୍ରଯୁକ୍ତିର ଯୁଗରେ ଆଜି ଆରାମଦାୟକ। ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ନବୀନଙ୍କ ପାଖରେ ଯୁବ ଶକ୍ତି ଏବଂ ସାଂଗଠନିକ ଅଭିଜ୍ଞତାର ସନ୍ତୁଳନ ଅଛି।