ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା
1 min read
ଭୁବନେଶ୍ୱର : ଆସନ୍ତା ମେ’ ମାସ ୫ ତାରିଖରୁ ଆରମ୍ଭ ହେବ ପିଜି ପ୍ରବେଶିକା ପରୀକ୍ଷା। ୫ ମେ’ରୁ ଆରମ୍ଭ ହୋଇ ଏହା ୧୬ ମେ’ ପର୍ଯ୍ୟନ୍ତ ଚାଲିବ। ଉଚ୍ଚଶିକ୍ଷା ବିଭାଗ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପକ୍ଷରୁ ସିପିଇଟି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ ହୋଇଛି। ମୋଟ ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ଦିନ ୧୦ଟା ଓ ୨ୟ ସିଫ୍ଟରେ ଅପରାହ୍ଣ ୩ଟାରେ ପରୀକ୍ଷା ଦେବେ। ୩୧,୯୧୫ ପିଜି ସିଟ୍ ନିମନ୍ତେ ଆବେଦନ କରିଛନ୍ତି ୫୮,୭୦୮ ଛାତ୍ରଛାତ୍ରୀ।
ଏପ୍ରିଲ ୩୦ରୁ ଛାତ୍ରଛାତ୍ରୀମାନେ ଏସଏସବି ୱେଟସାଇଡ (https://ssbodisha.ac.in/)କୁ ଯାଇ ପରୀକ୍ଷା ପାଇଁ ଆଡମିଟ କାର୍ଡ ଡାଉନଲୋଡ କରି ପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ସ୍ନାନକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


