September 18, 2026

ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏମିତି ଚେତାବନୀ ଦେଲା ପିସିବି

1 min read

ଲାହୋର: ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିବା ପରେ ଏବେ ପାକିସ୍ତାନ ଏକ ଚେତାବନୀ ଦେଇଛି। ପାକିସ୍ତାନ ଗଣମାଧ୍ୟ୍ୟମ ଡନରେ ପ୍ରକାଶିତ ରିପୋର୍ଟ ଅନୁସାରେ ପିସିବି କହିଛି ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ଓହରି ଯାଇପାରେ। ଆସନ୍ତା ବର୍ଷଫେବୃଆରୀ ଓ ମାର୍ଚ୍ଚରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାତ୍ରା କରିବାକୁ ଭାରତ ଆଇସିସିକୁ ସୂଚନା ଦେଇଛି। ଫଳରେ ପାକିସ୍ତାନ ଏବେ ପ୍ରତିକ୍ରିୟାଶୀଳ ହୋଇଛି। ଏବେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ ଗସ୍ତରେ ଯିବାକୁ ଭାରତ ରାଜି ନ ଆସିବାକୁ ନେଇ ପିସିବି କ୍ଷୁବ୍ଧ ହୋଇଛି। ଆଇସିସି ପିସିବିକୁ ଜଣାଇଛି ଯେ, ଭାରତ ଏହି ଗସ୍ତରେ ଯିବନି। ପାକିସ୍ତାନ ଏହାର ଆୟୋଜକ ଥିବାରୁ ଭାରତ କାହିଁକି ଆସିବନି ସେ ନେଇ ସ୍ପଷ୍ଟକରଣ ମାଗିପାରେ ।

୨୦୦୮ ମୁମ୍ବାଇ ବିସ୍ଫୋରଣ ପରଠାରୁ ପାକିସ୍ତାନ ଗସ୍ତରେ ଭାରତ ଯାଇନି । ଏପରିକି ଦ୍ୱିପାକ୍ଷିକ ସିରିଜ ମଧ୍ୟ ଖେଳାଯାଇନି। ଉଭୟ ଟିମ କେବଳ ଆଇସିସି ଓ ଏସିସି ମୁକାବିଲାରେ ପରସ୍ପରକୁ ଭେଟିଛନ୍ତି। ପିସିବି ଏବେ ସରକାରଙ୍କ ନିଷ୍ପତି ପରେ ଯାହା କିଛି ପଦକ୍ଷେପ ନେବେ ବୋଲି ଜଣାପଡିଛି। ଅନ୍ୟପଟେ ପାକିସ୍ତାନ କ୍ରିକେଟ ଦଳର ଖେଳାଳି ମହମ୍ମଦ ହାଫିଜ କହିଛନ୍ତି ପାକିସ୍ତାନ ସୁରକ୍ଷିତ ଓ ଏହି ଆୟୋଜନ କାରିବାକୁ ପ୍ରସ୍ତୁତ। ଭାରତ ପାକିସ୍ତାନ ଆସିଲେ ଭଲ ହେବ ବୋଲି ସେ କହିଛନ୍ତି।