October 19, 2025

ସେପ୍ଟେମ୍ବର ୧୭ ତାରିଖ ଦିନ ଯାତ୍ରୀ ସେବା ଦିବସ ପାଳନ

1 min read

CREATOR: gd-jpeg v1.0 (using IJG JPEG v80), quality = 82

ଭୁବନେଶ୍ବର: ବିମାନ ଯାତ୍ରୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ବିମାନବନ୍ଦରରେ ସେପ୍ଟେମ୍ବର ୧୭ ତାରିଖ ଦିନ ଯାତ୍ରୀ ସେବା ଦିବସ ପାଳନ ହେବ ହେବ। ଦେଶର ସବୁ ବିମାନବନ୍ଦରରେ ଯାତ୍ରୀ ସେବା ଦିବସ ପାଳନ କରାଯିବ। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ବୁଧବାର ସକାଳୁ ଏଠାରେ ପ୍ରଥମ ବିମାନ ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଯାତ୍ରୀମାନେ ବିମାନବନ୍ଦରରେ ଓହ୍ଲେଇବେ। ଏହା ପରେ ପ୍ରଥମେ ଟୀକା ଲଗାଯିବ। ପରେ ସମ୍ବଲପୁରୀ ନୃତ୍ୟ ସହ ସେମାନଙ୍କୁ ସ୍ୱାଗତ କରାଯିବ।
ବରିଷ୍ଠ ନାଗରିକ ଯାତ୍ରୀଙ୍କ ଜରିଆରେ ବୃକ୍ଷରୋପଣ କରାଯିବ। ଛୋଟ ପିଲାଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା ହେବ। ଏଥିସହ ସେଲ୍ଫି ପଏଣ୍ଟ ରହିଛି। ଏଥିସହ ଯାତ୍ରୀ ଏବଂ ସମସ୍ତ ଷ୍ଟେକ ହୋଲଡ଼ରଙ୍କ ପାଇଁ ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯିବ। ଉଡାଣ କ୍ୟାଫେ ବାବଦରେ ଯାତ୍ରୀଙ୍କୁ ସଚେତନ କରାଯିବ। ଉଡ଼ାଣ କ୍ୟାଫେ ଉପରେ ଫିଡ଼ ବ୍ୟାକ ସେସନ ମଧ୍ୟ କରାଯିବ। ଭୁବନେଶ୍ୱର ବିମାନବନ୍ଦରରେ କିଭଳି ଯାତ୍ରୀ ସେବା ଦିବସ ପାଳନ କରାଯାଉଛି ତାର ତଦାରଖ ପାଇଁ ହେଡକ୍ୱାର୍ଟରରୁ ଜଣେ ଅବଜର୍ଭର ମଧ୍ୟ ଆସିଛନ୍ତି।

ଦୁବାଇକୁ ବିମାନ ଚଳାଚଳ ନେଇ ଶ୍ରୀ ପ୍ରଧାନ କହିଛନ୍ତି, ଦୁବାଇକୁ ବିମାନ ବନ୍ଦ ନେଇ ଆଶଙ୍କା ଥିଲା। ହେଲେ ଏପରି କିଛି ଖବର ଆସି ନାହିଁ। ଖୁବଶୀଘ୍ର ସବିଶେଷ ଖବର ଆସିଯିବ। ଚେଷ୍ଟା ଚାଲିଛି ଯେ ସିଡ୍ୟୁଲ ପରିବର୍ତନ କରିବାକୁ। ହେଲେ ଫ୍ଲାଇଟ ଯେପରି ବନ୍ଦ ନ ହୁଏ, ସେ ନେଇ ବିମାନବନ୍ଦର କର୍ତୃପକ୍ଷ, ସରକାର ଓ ବିମାନ ସେବା ଚେଷ୍ଟା କରୁଛନ୍ତି। ଗତବର୍ଷ ୪୮ଲକ୍ଷ ୩୦ ହଜାର ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ଯାତାୟାତ କରିଥିଲେ, ଯାହା ଦେଶରେ ୧୩ ତମ ଓ ପୂର୍ବ ଭାରତରେ କୋଲକାତା ପରେ ଦ୍ଵିତୀୟ। ଭୁବନେଶ୍ୱର ଏକ ଲାଭଜନକ ବିମାନ ବନ୍ଦର। ଗତବର୍ଷ ୧୦୦ କୋଟି ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ୧୪୭ କୋଟି ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ସୁରଟକୁ ପୁଣି ବିମାନ ଉଡ଼ିବ। ଶ୍ରୀନଗରକୁ ଯାଇଥାନ୍ତା ଡ଼ାଇରେକ୍ଟ ଫ୍ଲାଇଟ। ହେଲେ ଅପରେସନ ସିନ୍ଦୂର ପାଇଁ ସ୍ଥଗିତ ରହିଛି।