September 21, 2026

ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ

1 min read

ପାରାଦୀପ,୨୧।୯: ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୁର୍‌ ୟୁନିୟନ ସମ୍ମୁଖରେ ହୋଇଥିବା ଏକ ବଡ଼ ଲାଇଟ୍‌ ଗେଟ୍‌ ଓଲଟି ଭାଙ୍ଗି ପଡିଛି। ଫଳରେ ମଣ୍ଡପ ତଳେ ଥିବା କାର ଏବଂ ବାଇକ୍‌ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପକ୍ଷେ ମଣ୍ଡପ ଭିତରେ ଆଶ୍ରୟ ନେଇଥିବା କେତେକ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ବାଉଁଶ ବାଜି ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋର୍ଟ ଫାୟାର ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।