February 22, 2026

ଆଫଗାନିସ୍ତାନ ଭିତରେ ପଶି ଏୟାର୍ ଷ୍ଟ୍ରାଇକ୍ କଲା ପାକିସ୍ତାନ

1 min read

କାବୁଲ: ରବିବାର ସକାଳେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଅନେକ ସ୍ଥାନରେ ଏୟାର୍ ଷ୍ଟ୍ରାଇକ୍ କରିଛି। ପାକିସ୍ତାନ କହିଛି ଯେ, ଏହି ଆକ୍ରମଣରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ସୂତ୍ର ଅନୁଯାୟୀ ଆକ୍ରମଣରେ ୨୮ ଜଣ ଟିଟିପି ସଦସ୍ୟଙ୍କ ମୃତ୍ୟୁ ଘଟିଛି।
ତେବେ କାବୁଲର ତାଲିବାନ ପ୍ରଶାସନ ଏପର୍ଯ୍ୟନ୍ତ ଏହାକୁ ସରକାରୀ ଭାବରେ ନିଶ୍ଚିତ କରିନାହିଁ। ଆଫଗାନ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି ଯେ, ପାକିସ୍ତାନୀ ଲଢୁଆ ବିମାନ ଆଜି ସକାଳେ ସୀମାନ୍ତ ପ୍ରଦେଶ ପାକତିକାର ବାର୍ମଲ ଓ ଉରଗୁନ୍ ଜିଲ୍ଲାରେ ଏୟାର୍ ଷ୍ଟ୍ରାଇକ୍ କରିଛି। ନାଙ୍ଗରହାର ପ୍ରଦେଶର ଖୋଗିଆନି ଜିଲ୍ଲାରେ ମଧ୍ୟ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି।