March 12, 2026

ଓସ୍କାର ଆୱାର୍ଡ: ଶ୍ରେଷ୍ଠ ଚଳଚ୍ଚିତ୍ର ସହ ୫ଟି ବର୍ଗରେ ପୁରସ୍କୃତ ହେଲା ହଲିଉଡ୍ ଫିଲ୍ମ ‘ଆନୋରା’

1 min read

ଆମେରିକା: ଆମେରିକାରେ ୯୭ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ହଲିଉଡ୍ ଫିଲ୍ମ ‘ଆନୋରା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାସହ ଉକ୍ତ ଫିଲ୍ମର ଅଭିନେତ୍ରୀ ମିକି ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ସେହିପରି ‘ଦି ବ୍ରୁଟାଲିଷ୍ଟ’ ଚଳଚ୍ଚିତ୍ର ପାଇଁ ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି।

୨୦୨୫ର ଓସ୍କାର ଆୱାର୍ଡ ସମାରୋହ ଆମେରିକାର ଲସ୍ ଆଞ୍ଜେଲସର ଡଲବି ଥିଏଟରରେରେ ଏହା ଅନୁଷ୍ଠିତ ହୋଇଥିଲା। ଏଥର ‘ଆନୋରା’ ଚଳଚ୍ଚିତ୍ର ସର୍ବାଧିକ ପୁରସ୍କାର ଜିତିଥିବା ଫିଲ୍ମ ପାଲଟିଛି। ଚଳଚ୍ଚିତ୍ରଟି ୧୩ଟି ବର୍ଗରେ ମନୋନୀତ ହୋଇଥିବାବେଳେ ସେଥିରୁ ଏହା ୫ଟି ବର୍ଗରେ ପୁରସ୍କୃତ ହୋଇଛି।

‘ଆନୋରା’ ଫିଲ୍ମ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତ୍ରୀ ସହ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରନାଟ୍ୟ ଓ ଶ୍ରେଷ୍ଠ ଏଡିଟିଂ ଭଳି ବର୍ଗରେ ପୁରସ୍କାର ହାତେଇଛି।

୨୦୨୫ ଓସ୍କାର ପୁରସ୍କାର ଦୌଡ଼ରେ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ସାମିଲ ହୋଇଥିଲା। ଗୁନୀତ ମୋଙ୍ଗା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ମିଳିତ ଭାବରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ଅନୁଜା’ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା। ହେଲେ ଏହି ବର୍ଗରେ ‘ଆଇ ଆମ୍ ନଟ୍ ଏ ରୋବୋଟ୍’ ଚଳଚ୍ଚିତ୍ରଟି ପୁରସ୍କାର ଜିତିଛି।