November 6, 2025

ଓପିଟିସିଏଲ୍ ପକ୍ଷରୁ ୧୩୨/୩୩ ଲପଙ୍ଗା ଗ୍ରୀଡ ସବ୍-ଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ବିଦ୍ୟୁତ୍ କଟକଣା

1 min read

ବୁର୍ଲା, ୦୬.୧୧.୨୦୨୫: ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. ଲପଙ୍ଗା ଗ୍ରୀଡ୍ ସବଷ୍ଟେସନରେ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର ଜିଲ୍ଲା ଅନ୍ତର୍ଗତ ଲପଙ୍ଗା, କଟରବଗା, କିଲାସମା, ରେଙ୍ଗାଲି ଶିଳ୍ପାଞ୍ଚଳ, ଟାମ୍ପରକେଲା, ତେଲକୋଇଲି ଆଦି ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ତା. ୦୭.୧୧.୨୦୨୫ ରିଖ (ଶୁକ୍ରବାର) ଦିନ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ।

ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲୁଓଡିଏଲ୍ କତୃପକ୍ଷ ଦୁଃଖପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି ।