ଆଠ ଶ୍ରେଣୀକୁ ଜଣେ ଶିକ୍ଷକ
1 min read
ରାଉରକେଲା: ବର୍ଷେ କି ଦୁଇ ବର୍ଷ ନୁହେଁ ତିନି ଚାରି ଧରି ଆବଶ୍ୟକ ଶିକ୍ଷକ ନାହାନ୍ତି l ଜଣେ କିମ୍ବା ଦୁଇ ଶିକ୍ଷକରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଚାଲିଛି ପାଠପଢ଼ା l ବାରମ୍ବାର ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଲେ ମଧ୍ୟ ଫଳ ଶୂନ l ପ୍ରତିବାଦରେ ତାତିଲେ ଅଭିଭାବକ l ବିଦ୍ୟାଳୟରେ ଶ୍ରେଣୀ ଗୃହ ଓ ଗେଟରେ ତାଲା ମାରିଲେ l ପିଲାମାନଙ୍କୁ ନେଇ ଧାରଣାରେ ବସିଲେ l ଯେ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ନ ହୋଇଛି ବିଦ୍ୟାଳୟ ଖୋଲିବ ନାହିଁ ବୋଲି ଚେତାବନୀ ଦେଲେ l
ଆଜି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ତରକେରା ରେ l ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଗେଟ ଓ ଶ୍ରେଣୀ ଗୃହରେ ତାଲା ଖୋଲିଲା l


