ଅଟୋ ଓଲଟି ଜଣଙ୍କର ମୃତ୍ୟୁ
1 min read
ଗଞ୍ଜାମ: ଗଞ୍ଜାମ ଜିଳ୍ଲା ଧରାକୋଟ ଥାନା ଢଉଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ସେହି ଗାଁର ମାଲୁଣି ଦାସ ବୋଲି ଜଣାପଡିଛି। ମିଳିଥିବ। ସୂଚନା ଅନୁଯାୟୀ ଆଜି ଏକ ଅଟୋ ୧୨ଜଣ ଶ୍ରମିକଙ୍କୁ ନେଇ ବାହାଡାଗୁଡା କେନାଲ କାମ ସ୍ଥଳକୁ ଯାଉଥିଲା। ହଠାତ୍ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୦ ଆହତ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି