ଅଟୋ ରିକ୍ସା ଓଲଟି ଜଣେ ମୃତ
1 min read
ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ରିକ୍ସା ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ଆଜି ସକାଳେ ଏକ ଡାଲା ଅଟୋ ରିକ୍ସା ହାଟମୁନିଗୁଡ଼ାରୁ ପାଇକଡାକୁଲୁଗୁଡ଼ା ଫେରିବା ବାଟରେ ଡାକୁଲୁଗୁଡ଼ା ନଦୀ ବୁଲାଣି ଠାରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା କୃଷ୍ଣ ତୁଇକାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ଆହତ ରମେଶ ତୁଇକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଷମକଟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସଂକ୍ରାନ୍ତରେ ଖବର ପାଇ ମୁନିଗୁଡା ପୁଲିସ୍ ପହଁଛି ଶବ ଜବତ କରିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ ଚଳାଇଛି।


