ଦୀପାବଳି ପୂର୍ବରୁ ଶନିବାର ଧନ୍ତେରସ୍ ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି
1 min read
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଶନିବାର ଧନ୍ତେରସ୍ ଅବସରରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ରାଜଧାନୀ ଭୁବନେଶ୍ୱର ରାସ୍ତା ପ୍ରଶସ୍ତିକରଣ ହେବା ସହ ରାଜ୍ୟରେ ୭ ଶହ କି.ମି. ରାସ୍ତା ମରାମତି ଏବଂ ନୀବିକରଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।
୮ରୁ ୧୦ ଦିନ ମଧ୍ୟରେ ରାସ୍ତା ମରାମତି ଓ ନବୀକରଣ ନେଇ ଟେଣ୍ଡର ଆହ୍ବାନ କରାଯିବ ବୋଲି ପୃଥ୍ବୀରାଜ କହିଛନ୍ତି। ଡିସେମ୍ବର ଏବଂ ଜାନୁଆରୀ ସୁଦ୍ଧା ଟେଣ୍ଡର ପରେ ରାସ୍ତା କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏପରିକି ରାଜଧାନୀରେ ଭିଡ଼ ନିୟନ୍ତ୍ରଣ ପାଇଁ ରାସ୍ତା ପ୍ରଶସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।