December 22, 2025

୧୭ ଡିସେମ୍ବରରେ ରୂପା ପ୍ରଥମ ଥର ପାଇଁ ପ୍ରତି କିଲୋଗ୍ରାମ ୨ ଲକ୍ଷ ଟଙ୍କା ପାର୍‌

1 min read

ଭୁବନେଶ୍ୱର : ୧୭ ଡିସେମ୍ବରରେ ରୂପା ପ୍ରଥମ ଥର ପାଇଁ ପ୍ରତି କିଲୋଗ୍ରାମ ୨ ଲକ୍ଷ ଟଙ୍କା ପାର୍‌ କରିଛି। ଇଣ୍ଡିଆ ବୁଲିଅନ୍‌ ଆଣ୍ଡ୍‌ ଜ୍ୱେଲର୍ସ ଆସୋସିଏସନ୍‌ (IBJA) ଅନୁଯାୟୀ, ଏକ କିଲୋ ରୂପାର ମୂଲ୍ୟ ୮,୭୭୫ ଟଙ୍କା ବୃଦ୍ଧି ପାଇ ୨,୦୦,୭୫୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ୧,୯୧,୯୭୭ ଟଙ୍କାରେ ଥିଲା।୧୮ ମାର୍ଚ୍ଚରେ ରୂପା ପ୍ରଥମ ଥର ପାଇଁ କିଲୋପ୍ରତି ୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଅର୍ଥାତ୍‌ ରୂପାକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା କିଲୋପ୍ରତି ପହଞ୍ଚିବାକୁ କେବଳ ୯ ମାସ ସମୟ ଲାଗିଛି। ଯଦିଓ ଏହାକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାକୁ ୧୪ ବର୍ଷ ଲାଗିଥିଲା।

ବର୍ତ୍ତମାନର ମୂଲ୍ୟ ସହିତ ରୂପା ଏବେ ସର୍ବକାଳୀନ ଉଚ୍ଚତମ ସ୍ତରରେ ରହିଛି।ରୂପାର ଦର ବୃଦ୍ଧି ପାଇଁ ୪ଟି ପ୍ରମୁଖ କାରଣ ରହିଛି । ଶିଳ୍ପ ଚାହିଦା – ସୋଲାର୍‌, ଇଲେକ୍ଟ୍ରୋନିକ୍ସ ଏବଂ ଇଭିରେ ବ୍ୟାପକ ବ୍ୟବହାର ହେଉଥିବାରୁ ରୂପା ଏବେ କେବଳ ଆଭୂଷଣ ନୁହେଁ, ଏକ ଆବଶ୍ୟକ କଞ୍ଚାମାଲ୍‌ ହୋଇଯାଇଛି

ଟ୍ରମ୍ପଙ୍କ ଟ୍ୟାରିଫ୍‌ ଭୟରେ ଆମେରିକୀୟ କମ୍ପାନୀମାନେ ରୂପାର ବଡ଼ ଷ୍ଟକ୍‌ ସଂଗ୍ରହ କରୁଛନ୍ତି, ଯାହା ବିଶ୍ୱବ୍ୟାପୀ ଯୋଗାଣରେ ଅଭାବ ସୃଷ୍ଟି କରି ମୂଲ୍ୟ ବଢ଼ାଇଛି।

ଅଧିକ ପଢନ୍ତୁ -ବର ନୁହେଁ , କନିଆ ନିଏ ଯୌତୁକ !
ଉତ୍ପାଦକମାନଙ୍କ ପ୍ରତିଯୋଗିତା – ଉତ୍ପାଦନ ବନ୍ଦ ହେବାର ଭୟରେ ସମସ୍ତେ ଆଗୁଆ କିଣୁଛନ୍ତି, ଯାହା ପରବର୍ତ୍ତୀ ମାସମାନଙ୍କରେ ମଧ୍ୟ ଦର ବୃଦ୍ଧି ବଜାୟ ରଖିବ।

ରୂପାରେ ନିବେଶ ବଢ଼ୁଛି: ନିବେଶକମାନେ ସିଲଭର୍‌ ଇଟିଏଫ୍‌ ମାଧ୍ୟମରେ ରୂପାରେ ନିବେଶ କରୁଛନ୍ତି। ଏହା ରୂପାର ଚାହିଦା ବଢ଼ାଉଛି।ସୁନା ପ୍ରତି ୧୦ ଗ୍ରାମ ୯୩୬ ଟଙ୍କା ବଢ଼ି ୧.୩୨ ଲକ୍ଷ ଟଙ୍କାରେ ପହଞ୍ଚିଛି । ବୁଧବାରରେ ୨୪ କ୍ୟାରେଟ୍‌ ୯୯%ଶୁଦ୍ଧତାର ସୁନା ୯୩୬ ଟଙ୍କା ବଢ଼ି ୧୦ ଗ୍ରାମ୍‌ପ୍ରତି ୧,୩୨,୭୧୩ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ କାଲି ଅର୍ଥାତ୍‌ ୧୬ ଡିସେମ୍ବରରେ ୧୦ ଗ୍ରାମ ସୁନାଦର ୧,୩୧,୭୭୭ ଟଙ୍କାରେ ଥିଲା। ସେହିପରି ସୁନା ୧୫ ଡିସେମ୍ବରରେ ୧୦ ଗ୍ରାମ୍‌ପ୍ରତି ୧,୩୩,୪୪୨ ଟଙ୍କାର ସର୍ବକାଳୀନ ଉଚ୍ଚତମ ରେକର୍ଡ ସୃଷ୍ଟି କରିଥିଲା । ଏହି ବର୍ଷ ସୁନା ୫୬,୫୫୧ ଟଙ୍କା ଏବଂ ରୂପା ୧,୧୪,୭୩୩ ଟଙ୍କା ମହଙ୍ଗା ହୋଇଛି ।

୨୦୨୫ ପର୍ଯ୍ୟନ୍ତ ସୁନାର ମୂଲ୍ୟ ୫୬,୫୫୧ ଟଙ୍କା ବଢ଼ିଥିଲା । ୩୧ ଡିସେମ୍ବର ୨୦୨୪ରେ ୧୦ ଗ୍ରାମ୍‌ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୭୬,୧୬୨ ଟଙ୍କା ଥିଲା, ଯାହା ଏବେ ୧,୩୨,୭୧୩ ଟଙ୍କା ହୋଇଯାଇଛି।

ରୂପାର ମୂଲ୍ୟ ମଧ୍ୟ ଏହି ସମୟରେ ୧,୧୪,୭୩୩ ଟଙ୍କା ବଢ଼ିଛି। ୩୧ ଡିସେମ୍ବର ୨୦୨୪ରେ ଏକ କିଲୋ ରୂପାର ମୂଲ୍ୟ ୮୬,୦୧୭ ଟଙ୍କା ଥିଲା, ଯାହା ଏବେ କିଲୋପ୍ରତି ୨,୦୦,୭୫୦ ଟଙ୍କା ହୋଇଯାଇଛି ।