January 24, 2026

ବୃଦ୍ଧଙ୍କୁ କାଠ ଫାଳିଆରେ ପିଟି ହତ୍ୟା

1 min read

ବାଲିଗୁଡା: ବୃଦ୍ଧଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦାରେ । ଜଣେ ବୃଦ୍ଧଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ମୁଣ୍ଡା ସାହିର ଶଙ୍କର ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ନୂଆସାହିର ନିରାକାର ନାୟକ ଏବଂ ଶଙ୍କର ନାୟକ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଏହାଉଗ୍ର ରୂପ ଧାରଣ କରିଥିଲା। ଉତକ୍ଷିପ୍ତ ହୋଇ ନିରାକାର ଶଙ୍କରଙ୍କୁ ଏକ କାଠ ଫାଳି​‌ଆରେ ପିଟି ପିଟି ହତ୍ୟା କରିଥିଲା। ଏପରିକି ମୃତଦେହକୁ ଟାଣି ଟାଣି ନେଇ ନିକଟସ୍ଥ ଏକ କମିଟି ଗୃହରେ ରଖିଥିଲା। ଆଜି ସକାଳେ କିଛି ସ୍ଥାନୀୟ ଲୋକ ମୃତଦେହ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ବାଲିଗୁଡା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି।