March 31, 2026

ଓଡ଼ିଶା ଆଇଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ

1 min read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାସ୍କର ଜ୍ୟୋତି ଶର୍ମାଙ୍କୁ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ସେ ଓପିଟିସିଏଲ୍‌ର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଗୃହ (ନିର୍ବାଚନ) ଏକ୍ସ ଅଫିସିଓ ପ୍ରମୁଖ ସଚିବଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଓ ଓଏସ୍‌ବିସିଏଲ୍‌ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପର୍ଯ୍ୟଟନ ବିଭାଗର କମିସନର ତଥା ସଚିବ ବଲବନ୍ତ ସିଂହଙ୍କୁ ଓଏସ୍‌ଏଚ୍‌ଏର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ଏହାପୂର୍ବରୁ ଓଏସ୍‌ଏଚ୍‌ଏର ପରିଚାଳନା ନିର୍ଦ୍ଦେଶକ ଥିଲେ। ସମ୍ପ୍ରତି ଏହି ଦାୟିତ୍ବ ତାଙ୍କ ନିକଟରୁ ହଟାଇଦିଆଯାଇଛି।