ତେଜିଲା ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ
1 min read
ଭୁବନେଶ୍ୱର: ତେଜିଲା ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନ କଳି। ଜେନେରାଲ ବଡି ବୈଠକକୁ ବୟକଟ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବୈଠକକୁ ବୟକଟ କରି ଗଣମାଧ୍ୟମ ଆଗରେ ବର୍ଷିଲେ ଲଳିତେନ୍ଦୁ । ନିୟମକୁ ଉଲଘଂନ କରି ନିର୍ବାଚନ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଛି।ଲୋଧା କମିଟି ରିପୋର୍ଟ ଅନୁସାରେ ୧୬ଟି ସଂଘର ନିର୍ବାଚନ କରିସାରିଲେଣି। ଓସିଏ ନିର୍ବାଚନ ନ କରି ଘୁଞ୍ଚାଉଥିବା ନେଇ ଅଭିଯୋଗ କରିଛନ୍ତି ଲଳିତେନ୍ଦୁ । ମୁଁ ଏହାକୁ ବିରୋଧ କରି ବୟକଟ କରୁଛି। ବିସିସିଆଇ କୁ ମଧ୍ୟ ଏ ପ୍ରସଙ୍ଗରେ ଅବଗତ କରାଇବି। ଦରକାର ପଡିଲେ ଆଇନର ଆଶ୍ରୟ ନେବି ।କିଛି ଲୋକ ଦୀର୍ଘ ବର୍ଷ ହେଲା ଓସିଏକୁ କବଜା କରି ରଖିଛନ୍ତି। ଓସିଏରେ ଅନେକ ଆର୍ଥିକ ଅନିୟମିୟତା ହୋଇଛି। ସ୍ପେଶାଲ ଅଡିଟ ହେଉ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତଦନ୍ତ ପାଇଁ ଦାବି କରିବି।


