October 14, 2025

ବିଶ୍ଵ କବି ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର

1 min read

ମେକ୍ସିକୋ : ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ପାଞ୍ଚଦିନିଆ ବିଶ୍ଵ କବି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର। ୟୁନେସ୍କୋର ‘ଓ୍ଵାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ କଲଚର’ ଦ୍ଵାରା ଆୟୋଜିତ ଏହି ସମ୍ମିଳନୀରେ ସେ ଭାରତରୁ ପ୍ରତିନିଧିତ୍ଵ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

‘ମହାନ କବିମାନଙ୍କ କବିତା ପଛର ଦର୍ଶନ’ ବିଷୟକୁ ନେଇ ଆୟୋଜିତ ଅଧିବେଶନରେ ନିଜର ବକ୍ତବ୍ୟ ରଖିବା ଲାଗି ଭାରତର ଏକମାତ୍ର କବୟିତ୍ରୀ ଭାବରେ ସେ ଆମନ୍ତ୍ରିତ ହୋଇଛନ୍ତି। ଅଧିବେଶନ ମଞ୍ଚରେ ଡକ୍ଟର ମିଶ୍ରଙ୍କ ବ୍ୟତୀତ ସୋନିଆ ଗାର୍ଜା ରାପ୍ପୋ, ଡାନିଏଲ ଗ୍ରାଗଲିଆ ଏବଂ ଡକ୍‌ ଡ୍ରମଲର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ୧୯ଟି ଦେଶର ୧୨୦ ଜଣ କବି ଓ କବୟିତ୍ରୀ ଯୋଗ ଦେଇଥିଲେ।

ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର ମୁଖ୍ୟତଃ ଇଂରାଜୀ ଭାଷାରେ କବିତା ଲେଖନ୍ତି। ନିକଟରେ ତାଙ୍କ ଲିଖିତ କବିତା ସଂକଳନ ‘ଲାଇନ୍ ଅଫ୍ ଇଲୁମିନେସନ୍’ ପ୍ରକାଶ ପାଇ ପାଠକୀୟ ଆଦ୍ରୁତି ଲାଭ କରିଛି। ଏହା ପୂର୍ବରୁ ତା’ଙ୍କର ଦୁଇଟି ଓଡ଼ିଆ କବିତା ସଂକଳନ ‘ନୀରବତାର ଶବ୍ଦ’ ଓ ‘ନିସ୍ତବ୍ଧ ଆକାଶ’ ମଧ୍ୟ ପ୍ରକାଶିତ ହୋଇଛି।

ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର ‘ସମାଜରେ ସାହିତ୍ୟର ଭୂମିକା’ ବିଷୟରେ ଗବେଷଣା ଲାଗି ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଫେଲୋସିପ ପାଇଁ ମନୋନୀତ ହୋଇଛନ୍ତି।