August 8, 2026

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସହାୟିକା ଆତ୍ମହତ୍ୟା କରିଛନ୍ତି

1 min read

ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ସଦର ଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସହାୟିକା ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଧରମବନ୍ଧା ଥାନାରେ ଅଭିଯୋଗ ହୋଇଛି । ମୃତ ଯୁବତୀ ଧରମବନ୍ଧା ପଞ୍ଚାୟତ କୋଡୋପାଲି ଗାଁର ମମତା ମାଝୀ(୨୪) । ସୂଚନା ଅନୁଯାୟୀ ଉକ୍ତ ଯୁବତୀ ଧରମବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସହାୟିକା ଭାବରେ କାର୍ଯ୍ୟ କରୁଥିଲେ । କେଉ କାରଣରୁ ଆତ୍ମହତ୍ୟା କରିଛନ୍ତି ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ଲୋକେ ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଛି ବୋଲି ପ୍ରକାଶ କରିଛନ୍ତି । ସେ ଦୁଇ ଜଣ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିଲେ । ଉଭୟ ଯୁବକ ଜାଣିଲା ପରେ ପରସ୍ପର ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଶୁକ୍ରବାର ଝଗଡ଼ା ଉଗ୍ରରୂପ ନେବାରୁ ଯୁବତୀ ଭାରସାମ୍ୟ ହରାଇ ନିଜ ରହୁଥିବା ହସ୍ପିଟାଲ ପରିସର ଏକ ଆଜବେଷ୍ଟର ଘରରେ ଲଗା ଯାଇଥିବା ଗଛ (ମିଆର ବା ଦଳମ)ରେ ବେକରେ ଶାଢ଼ୀ ଲଗାଇ ଝୁଲି ପଡ଼ିଥିଲେ । ଶନିବାର ସକାଳେ ସେ ବାହାରକୁ ନ ବାହାରିବାରୁ ସନ୍ଦେହ କରି କବାଟ ବାଡେଇ ଥିଲେ । ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇ ଥିଲେ । ପୋଲିସ ସହାୟତାରେ ସ୍ଥାନୀୟ ଲୋକେ କବାଟ ଖୋଲି ଦେଖିଲା ବେଳକୁ ବେକରେ ଶାଢ଼ୀ ଲଗାଇ ଝୁଲୁଥିଲା । ଏନେଇ ପରିବାର ଲୋକେ ଧରମବନ୍ଧା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଧରମବନ୍ଧା,ନୂଆପଡ଼ା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।