January 24, 2026

ଏନଟିପିସି ବଙ୍ଗାଇଗାଓଁ ପକ୍ଷରୁ ମ୍ୟାଲେରିଆ ସଚେତନତା ମୂଳକ ଅଭାବୀଙ୍କୁ ମଶାରୀ ବଣ୍ଟନ

1 min read

ଭୁବନେଶ୍ୱର : କୋକରାଜ ଜିଲ୍ଲାରେ ସମ୍ପ୍ରତି ମ୍ୟାଲେରିଆ ରୋଗର ମୁକାବିଲା ପାଇଁ ଏକ ହୃଦୟସ୍ପର୍ଶୀ ଉଦ୍ୟମରେ, ଏନଟିପିସି ବଙ୍ଗାଇଗାଓଁ, କର୍ପୋରେଟ୍ ସାମାଜିକ ଦାୟିତ୍ୱ ବୋଧ (ସିଏସ୍‌ଆର) ପଦକ୍ଷେପ ଅନ୍ତର୍ଗତ ବାର୍ଡୱି ଶିକ୍ଳା ଲେଡିଜ୍ କ୍ଲବ୍ ସହିତ ବଚିତ ପରିବାରକୁ ୧୦୦ ଟି ମଶାରୀ ପ୍ରଦାନ କରିଥିଲେ । ବାର୍ଡୱି ଶିକ୍ଳା ଲେଡିଜ୍ କ୍ଲବ୍ ସହଯୋଗରେ ଏହି ପଦକ୍ଷେପ ନିଆଯାଇଥିଲା, ଯାହାକି ସମ୍ପ୍ରଦାୟର କଲ୍ୟାଣ ପାଇଁ ଏନଟିପିସର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲା । ଏହି ପଦକ୍ଷେପର ସଂଯୋଜନାକୁ ଶ୍ରୀ ରୋଶନ ଡଙ୍ଗଡୁଙ୍ଗ, ଡିଜିଏମ (ଏଚଆର), ମଧୁର୍ଜା ସିଙ୍ଗା ଲାହକର, ଡିଜିଏମ (କର୍ପୋରେଟ ଯୋଗାଯୋଗ), ଏନଟିପିସି ବଙ୍ଗାଇଗାଓଁ, ଏସ୍ ପ୍ରଣାମୀ ହାଣ୍ଡିକ୍‌, ମ୍ୟାନେଜର (ଏଚଆର), ଏବଂ ସ୍ଥାନୀୟ ହିତାଧିକାରୀଙ୍କ ସହଯୋଗରେ ସମ୍ପାଦନ କରାଯାଇଥିଲା । ଅଭିଭାଷଣରେ ସଂଗୀତା ସିଂ ଏହି ପଦକ୍ଷେପକୁ ସଫଳ କରିବାରେ ସମ୍ପୃକ୍ତ ସମସ୍ତଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, “ଦୁର୍ବଳ ସମ୍ପ୍ରଦାୟକୁ ମ୍ୟାଲେରିଆରୁ ରକ୍ଷା କରିବା ପାଇଁ ଏହି ବଟନ ଏକ ଛୋଟ ତଥାପି ଅର୍ଥପୂର୍ଣ୍ଣ ପଦକ୍ଷେପ। ଏହା ଏକ ନିରାପଦ ଏବଂ ସ୍ୱାସ୍ଥ୍ୟକର ପରିବେଶରେ ସହାୟକ ହେବ ବୋଲି ଆମେ ଆଶା କରୁଛୁ।