May 10, 2026

ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା

1 min read

ଭୁବନେଶ୍ୱର: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି। ଯୋଜନାକୁ ନେଇ ଚର୍ଚ୍ଚା ଆଲୋଚନା ସହ ବ୍ଲୁପ୍ରିଣ୍ଟ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା। ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ଏହି ଯୋଜନାରେ ସବୁ ରହିଛି। ବିଶେଷକରି ‘ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତା’ର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।