ନିକୋ ପାର୍କ ନେବ ନୂଆ ରୂପ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
1 min read
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ନିକୋ ପାର୍କ ନେବ ନୂଆ ରୂପ । ରାଜଧାନୀ ବାସିନ୍ଦାଙ୍କ ଚାହିଦାକୁ ଲକ୍ଷ କରି ନିକୋ ପର୍କର ସମ୍ପୂର୍ଣ୍ଣ ନବକଳେବର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ନିକୋ ପାର୍କର ସମ୍ପୂର୍ଣ୍ଣ ରୂପ ବଦଳାଯିବ । ରାଜଧାନୀ ବାସିନ୍ଦାଙ୍କ ଚାହିଦାକୁ ଲକ୍ଷ କରାଯାଇ ପାର୍କର ସମ୍ପୂର୍ଣ୍ଣ ନବକଳେବର କରାଯିବ । ପିଲାଙ୍କ ମନୋରଞ୍ଜନ ପାଇଁ ସମସ୍ତ ସରଞ୍ଜାମ ଲଗାଯିବ । ଏହା ସହ ପାର୍କ ମଧ୍ୟରେ ଫୁଡ୍ ପାର୍କ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏହି ନବକଳେବର ପାଇଁ ମୋଟ ୬୦୦କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ମୋଟ ୩ଟି ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯିବ । ପ୍ରତି ପର୍ଯ୍ୟାୟରେ ୨୦୦କୋଟି ଲେଖାଏଁ ଖର୍ଚ୍ଚ ହେବ । କରୋନା ମହାମାରୀ ପରଠୁ ପାର୍କର ଅବସ୍ଥା ବହୁତ ଶୋଚନୀୟ ଥିଲା ।


