May 22, 2025

ଭୂମିକମ୍ପ ଏବଂ ପରମାଣୁ ପରୀକ୍ଷଣ ମଧ୍ୟରେ ଥିବା ସମ୍ପର୍କ ନେଇ ଏକ ନୂତନ ଗବେଷଣା ସାମ୍ନାକୁ ଆସିଛି

1 min read

ୱାଶିଂଟନ: ଭୂମିକମ୍ପ ଏବଂ ପରମାଣୁ ପରୀକ୍ଷଣ ମଧ୍ୟରେ ଥିବା ସମ୍ପର୍କ ନେଇ ଏକ ନୂତନ ଗବେଷଣା ସାମ୍ନାକୁ ଆସିଛି। ଏହି ଗବେଷଣା ଲସ୍ ଆଲାମୋସ୍ ନ୍ୟାସନାଲ୍ ଲାବୋରେଟୋରୀର ଭୂକମ୍ପବିଜ୍ଞାନୀମାନଙ୍କ ଦ୍ୱାରା କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ, କିଛି ଭୂମିକମ୍ପ ପ୍ରକୃତରେ ଗୁପ୍ତ ପରମାଣୁ ପରୀକ୍ଷଣ ଯୋଗୁ ହୋଇଥାଥପାରେ।

ଜୋଶୁଆ କର୍ମାଇକେଲଙ୍କ ନେତୃତ୍ୱରେ ହୋଇଥିବା ଏକ ଅଧ୍ୟୟନରୁ ଏହା ସାମ୍ନାକୁ ଆସିଛି। ଏହି ଗବେଷଣା ଆମେରିକାର ସିସମୋଲୋଜିକାଲ୍ ସୋସାଇଟିର ବୁଲେଟିନରେ ପ୍ରକାଶିତ ହୋଇଛି। ଗବେଷଣା କହୁଛି ଯେ, ଭୂମିକମ୍ପ ଏବଂ ଗୁପ୍ତ ପରମାଣୁ ବିସ୍ଫୋରଣ ଯୋଗୁ ହେଉଥିବା ଗତିବିଧି ମଧ୍ୟରେ ପାର୍ଥକ୍ୟ ଜାଣିବା ବହୁତ କଷ୍ଟକର।

ଗବେଷଣାରୁ କୁହାଯାଇଛି, ନୂତନ ପ୍ରଯୁକ୍ତିବିଦ୍ୟା ସହିତ ମଧ୍ୟ ଗୁପ୍ତ ପରମାଣୁ ବିସ୍ଫୋରଣ ଚିହ୍ନଟ କରିବା କଷ୍ଟକର । ଜୋଶୁଆ ଏବଂ ତାଙ୍କ ସହଯୋଗୀମାନେ ସେମାନଙ୍କ ଗବେଷଣାରେ ଜାଣିପାରିଛନ୍ତି ଯେ, ଉତ୍ତର କୋରିଆ ଗତ ୨୦ବର୍ଷ ମଧ୍ୟରେ ଛଅଟି ପରମାଣୁ ପରୀକ୍ଷଣ କରିଛି। ସେଠାରେ ଭୂକମ୍ପ ଯନ୍ତ୍ରର ସଂଖ୍ୟାରେ ବୃଦ୍ଧି ଯୋଗୁ ପରୀକ୍ଷଣ ସ୍ଥଳ ପାଖରେ କ୍ଷୁଦ୍ର ତୀବ୍ରତାର ଭୂମିକମ୍ପ ଅଧିକ ଘଟୁଛି ବୋଲି ଜଣାପଡିଛି। ଏହା ଯୋଗୁ କମ୍ପନ ମଧ୍ୟରେ ବିସ୍ଫୋରଣର ସଙ୍କେତ ଚିହ୍ନଟ କରିବା ବହୁତ କଷ୍ଟକର ହୋଇପଡୁଛି।