ଜେନ ଜି ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ସହିଦ ଘୋଷଣା କଲେ ନେପାଳ ସରକାର
1 min read
ନେପାଳ: ଜେନ ଜି ଆନ୍ଦୋଳନରେ ପ୍ରାଣ ହରାଇଥିବା ବ୍ୟକ୍ତିକୁ ସହିଦ ଘୋଷଣା କଲେ ନେପାଳ ସରକାର। ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିଜର ପ୍ରଥମ ଜାତୀୟ ସମ୍ବୋଧନ ଅବସରରେ ଏହି ଘୋଷଣା କରିଛନ୍ତି ସୁଶୀଳା କାର୍କୀ।
ମୃତକଙ୍କ ପରିବାର ଲାଗି ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଏହା ସହ ଆହତ ବ୍ୟକ୍ତିଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ସହ ସହାୟତା ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଘୋଷଣା ମାଧ୍ୟମରେ ଦେଶରେ ଅଶାନ୍ତିର ଶିକାର ହୋଇଥିବା ଯୁବର୍ଗଙ୍କୁ ନୂଆ ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଥିବା କୁହାଯାଉଛି।
ସେପ୍ଟେମ୍ବର ୮ ତାରିଖରୁ କାଠମାଣ୍ଡୁରେ ଆରମ୍ଭ ହୋଇଥିବା ଜେନ ଜିଙ୍କ ଆନ୍ଦୋଳନ ବେଳେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାୟ ୫୧ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୧୩୦୦ରୁ ଅଧିକ ଆହତ ହୋଇଥିଲେ। ଏହି ଆନ୍ଦୋଳନ ହିଂସାର ରୂପ ନେବା ପରେ ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କେ ପି ଶର୍ମା ଓଲି।