January 27, 2026

ଏଥର ନୂଆବର୍ଷ ପାଳିବେନି ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ଏଥର ନୂଆ ବର୍ଷ ପାଳିବେନି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ମନମୋହନ ସିଂହଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ନୂଆ ବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ।

ନବୀନ ସୋମବାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ ସାଧାରଣ ନିର୍ବାଚନ ପରେ ନବୀନ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲା ତଥା ହିଞ୍ଜିଳି ଗସ୍ତ କରିଥିଲେ।ଗସ୍ତ ସମୟରେ ନବୀନ ଅଞ୍ଚଳର ଚାଷୀ, ଜନସାଧାରଣ ଓ ସ୍ଥାନୀୟ ନେତାଙ୍କୁ ଭେଟି ଲଗାଣ ବର୍ଷା ଜନିତ ଫସଲ କ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ଡିସେମ୍ବରରେ ହୋଇଥିବା ଅଦିନିଆ ବର୍ଷା ଯୋଗୁ ଧାନ ସାଙ୍ଗକୁ ପନିପରିବା, କପା ଓ ଚିନାବାଦାମ ଚାଷ ଆଦି କ୍ଷତିଗ୍ରସ୍ତ ହୋଇଛି। ଏଭଳିସ୍ଥିତିରେ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ପରେ ସେ କହିଥିଲେ, ମୁଁ ଆପଣଙ୍କ ଚାଷ କ୍ଷୟକ୍ଷତି ଦେଖିଲି, ଦୁଃଖ ଲାଗିଲା ସରକାର ଯଥାଶୀଘ୍ର କ୍ଷତିପୂରଣ ଦେବା ଉଚିତ । ଚାଷ କ୍ଷତି ହେଲେ ତୁରନ୍ତ ସହାୟତା ଦେଉଥିଲା ମୋ ସରକାର ।