April 30, 2025

ଶଙ୍ଖ ଭବନରେ ବିଜେଡ଼ି ସଭାପତି ପଦ ପାଇଁ ଗୁରୁବାର ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ

1 min read

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡ଼ି ସଭାପତି ପଦ ପାଇଁ ଗୁରୁବାର ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ନବମ ଥର ପାଇଁ ଦଳୀୟ ସଭାପତି ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୯ ତାରିଖ ଶନିବାର ବିଧିବଦ୍ଧ ଭାବେ ଦଳୀୟ ସଭାପତିଙ୍କ ନାମ ଘୋଷଣା ହେବ।

ଏହି ଅବସରରେ ନବୀନ କହିଛନ୍ତି, ଆଜି ମହାନ ଜନନାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ। ମୋର ତାଙ୍କୁ ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଏକ ନମ୍ବର କରିବା ତାଙ୍କ ସ୍ବପ୍ନ ଥିଲା। ତାଙ୍କ ସ୍ବପ୍ନକୁ ସାକାର କରିବାକୁ ୨୦୦୦ ରୁ ୨୦୨୪ ଯାଏଁ ଆମେ ଭଲ କାମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ପାଇଥିଲୁ। ଆମ ମହାନ ଲୋକଙ୍କୁ ହଟାଇବାକୁ ଚେଷ୍ଟା ଚଳାଇ ଇତିହାସ ବଦଳାଇବାକୁ ଚେଷ୍ଟା ଚାଲିଛି। ହେଲେ ଏହା କେହି କରି ପାରିବେ ନାହିଁ । ତେଣୁ ସମୟର ନଷ୍ଟ ନ କରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ ଓଡ଼ିଶାର ମଙ୍ଗଳ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।