November 6, 2025

କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ

1 min read

ଭୁବନେଶ୍ୱର: କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଭୁବନେଶ୍ୱରସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର ଏବଂ କଟକର ପ୍ରାୟ ୭୦ଟି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟଳରୁ ୨୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିସହ କର୍ମକ୍ଷେତ୍ରରେ ନୈତିକ ଆଚରଣ ଏବଂ ସତର୍କତାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନାଲକୋ କର୍ମଚାରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।

ସମାପନୀ ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଲକୋର ଅବଦାନକୁ ପ୍ରଶଂସା କରି କହିଥିଲେ।

ସେ କହିଥିଲେ ଯେ, “ସ୍ୱଚ୍ଛତା ଓ ଗୁଣବତ୍ତା ସହିତ କାର୍ଯ୍ୟ କରିବା ଦ୍ୱାରା ତାହା ସ୍ୱାଭାବିକ ଭାବରେ ସଂଗଠନର ଆୟ ବୃଦ୍ଧି ନିମନ୍ତେ ପଥ ପ୍ରଶସ୍ତ କରେ।”

ସମାପନୀ ସମାରୋହରେ ନାଲକୋର ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ, ନିର୍ଦ୍ଦେଶକ ପଙ୍କଜ କୁମାର ଶର୍ମା, ଜଗଦୀଶ ଆରୋରା, ଡକ୍ଟର ତାପସ କୁମାର ପଟ୍ଟନାୟକ, ଅଭୟ କୁମାର ବେହୁରିଆ, ପ୍ରଣବ ଜ୍ୟୋତି ନାଥ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପ୍ରଣବ ଜ୍ୟୋତି ନାଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।