June 5, 2025

ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ

1 min read

ନୂଆଦିଲ୍ଲୀ: ଜୁଲାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ସରକାରଙ୍କୁ ଘେରିବେ ବିରୋଧୀ । ଅପରେସନ ସିନ୍ଦୂର ପରେ ବିରୋଧୀମାନେ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଦାବି କରୁଥିଲେ ।