January 25, 2026

୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା

1 min read

ଭୁବନେଶ୍ୱର: ୨୦୨୪-୨୫ ବର୍ଷ ପାଇଁ କଟକ ଜିଲାର ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ରବିବାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କଟକ ଜିଲାର ସମସ୍ତ ବିଧାୟକ ଯୋଗ ଦେଇଥିଲେ। ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଚାଷୀମାନଙ୍କୁ ପ୍ରଦାନ କରାଯିବ। ତା’ପୂର୍ବରୁ ଯୋଗାଣ ମନ୍ତ୍ରୀ ସମୀକ୍ଷା କରି କହିଛନ୍ତି ଚାଷୀଙ୍କ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ। ଏହି ସମୟରେ ଅସାଧୁ ବେପାରୀଙ୍କୁ କିଛି ଅଧିକାରୀ ଦୁର୍ନୀତି କରିବାକୁ ସୁଯୋଗ ଦେଉଛନ୍ତି, ସେମାନଙ୍କୁ ମନ୍ତ୍ରୀ ତାଗିଦ କରିଛନ୍ତି। ଏହାବ୍ୟତୀତ ‘କଟନୀ ଛଟନୀ’ କରାଯିବ ନାହିଁ। ଏଫଏକ୍ୟୁ ମାନର ଧାନ ପାଇଁ କ୍ୱାଲିଟି ଗ୍ରେନ ଆନାଲାଇଜର ମେସିନ ବ୍ୟବହାର କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଏଥିସହ ମଣ୍ଡିରେ ସିସିଟିଭି କ୍ୟାମେରା ଓ ଗାଡ଼ିରେ ଜିପିଏସ୍‌ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।