February 14, 2026

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

1 min read

ବଲାଙ୍ଗୀର: ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ ସୂର୍ଯ୍ୟନାରାୟଣ ନାଏକଙ୍କ ଧାନଖଳାରେ ଗଦା ହୋଇଥିବା ଧାନରେ ରାତିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ରବିବାର ମଧ୍ୟାହ୍ନରେ ଚାଷୀ ଖଳାରେ ନିଆଁ ଲାଗିଥିବା ଜାଣିବା ପରେ ଦେଓଗାଁ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀର ଦୁଇଟି ଗାଡି ନିଆଁ ଲିଭାଇବାରେ ଲାଗିଛନ୍ତି। କିନ୍ତୁ ୯୦ ଶତକଡ଼ା ଧାନ ପୋଡ଼ିଯାଇଛି। ପ୍ରାୟ ୬ ଶହ ବସ୍ତା ଧାନ ହୋଇଥାନ୍ତା। ଧାରଉଧାର କରି ଚାଷ କରିଥିବା ଚାଷୀ ଉପରେ ଚଡ଼କ ପଡ଼ିଛି। ସ୍ଥାନୀୟ ଆମ୍‌ ଆଦମୀ ପାର୍ଟିର ନେତା ଆଶିଷ ପାଣ୍ଡେ ନିଆଁ ଲାଗିଥିବା ଧାନଖଳାରେ ପହଞ୍ଚି ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।