ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି
1 min read
ବାରିପଦା: ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ପ୍ରଦାନ କରିଛନ୍ତି । ଫଳରେ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତ ଅସମ୍ଭାଳ କରିଦେଇଛି ।
ସେହିପରି ଶିମିଳିପାଳ ଅଭୟାରଣ୍ୟର ଚହଲାରେ ୫ଡିଗ୍ରୀ, ଗୁଡୁଗୁଡିଆରେ ୮ଡିଗ୍ରୀ, ବରେହିପାଣି ଓ ନଅଁଣାରେ ୯ଡିଗ୍ରୀ, ରାମତୀର୍ଥରେ ୧୩ଡିଗ୍ରୀ, ସାତକୋଶିଆରେ ଏବଂ କିଆଝରୀରେ ୧୪ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜିଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ପାଖାପାଖି ରହୁଛି । ଅବାଧ ଗଛକଟା ଓ ଖଣିଖନନ ଯୋଗୁଁ ଏହାର ପ୍ରଭାବ ଜିଲାବାସୀଙ୍କ ଉପରେ ପଡୁଛି । ଯାହାକୁ ନେଇ ଶୀତ ଦିନେ ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।


