April 2, 2026

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ

1 min read

ଭୁବନେଶ୍ବର: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଆଜି ମାଟ୍ରିକ ପରୀକ୍ଷା ଖାତା ଦେଖା ସରିବ । ରେଜଲ୍ଟ ବାହାରିବା ପରେ ସଙ୍ଗେସଙ୍ଗେ ସାର୍ଟିଫିକେଟ୍ ମିଳିବ । ଯେଉଁମାନଙ୍କର ପେପର ଖରାପ ଥିବ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ।

କହିରଖୁଛୁ କି, ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମୋଟ ୩ ହଜାର ୮୨ଟି ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଚଳିତବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ ସେଣ୍ଟରରେ ଲାଇଭଷ୍ଟ୍ରିମିଂ ବ୍ୟବସ୍ଥା ହୋଇଥିଲା ।