January 29, 2026

ଏୟାର ଷ୍ଟ୍ରାଇକ୍‌ରେ ମାସୁଦ ଅଜହର ପରିବାର ଶେଷ

1 min read

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତ ଏହି ଅଭିଯାନର ନାମ ଅପରେସନ ସିନ୍ଦୂର ଦେଇଛି। ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି

ଭାରତ ପକ୍ଷରୁ ପିଓକେରେ କରାଯାଇଥିବା ଅପରେସନ ସିନ୍ଦୂରରେ ମାସୁଦ ଅଜହରର ସମ୍ପୂର୍ଣ୍ଣ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଭାରତ ମାସୁଦ ଅଜହରର ଘର ଉପରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି। ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରିପୋର୍ଟରେ କୁହାଯାଉଛି ମାସୁଦ ପରିବାରର ୧୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି।