June 1, 2025

ବଲାଙ୍ଗୀର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ

1 min read

ବଲାଙ୍ଗୀର: ବଲାଙ୍ଗୀର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ସର୍ଚ୍ଚ ଅପରେଶନବେଳେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ। ଖପ୍ରାଖୋଲ ଓ ତୁରେକେଲା ଥାନା ଅଞ୍ଚଳରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ପାହାଡ଼ ଓ ଛତରଦାଣ୍ଡି ଜଙ୍ଗଲରେ ମାଓବାଦୀ ଥିବା ଜଣାପଡ଼ିବା ପରେ ସେଠାରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାସହ ସେଠାରୁ ବିପୁଳ ମାଓବାଦୀ ସାମଗ୍ରୀ ଜବତ ହୋଇଛି।