December 29, 2025

ଶାରୀରିକ ଅକ୍ଷମତା ସତ୍ତ୍ବେ IES ଅଫିସର ବନିଲେ ବୁଲନ୍ଦସହରର ମାନବେନ୍ଦ୍ର

1 min read

ଲକ୍ଷ୍ନୌ: ପେନ ଧରି ପାରୁନଥିବା ପିଲା ଆଜି ଦେଶର ବଡ଼ ପୋଷ୍ଟରେ…. ଶୁଣିଲେ ଆପଣ ଆଚମ୍ବିତ ହେବେ ଯେ ଶାରୀରିକ ଅକ୍ଷମତା ସତ୍ବେ ବି ଜଣେ କେମିତି ସଫଳତାର ଶୀର୍ଷରେ ପହଞ୍ଚିପାରେ । ଯାହାର ବଡ଼ ଉଦାହରଣ ଉତ୍ତରପ୍ରଦେଶ ବୁଲନ୍ଦସହରର ବାସିନ୍ଦା ମାନବେନ୍ଦ୍ର ସିଂହ । ଅତି ଛୋଟ ହୋଇଥିଲେ ମାନବେନ୍ଦ୍ର , ବାପା ମନୋଜ କୁମାର ଆରପାରିକୁ ଚାଲିଗଲେ । ସେବେଠୁ ପୁଅ ମାନବେନ୍ଦ୍ରଙ୍କ ଦେହ ଖରାପ ହେଲା ଏବଂ ତାଙ୍କ ମାନସିକ ଅବସ୍ଥା ବିଗିଡ଼ିବାରେ ଲାଗିଲା । ବୟସ ସହ ତାଙ୍କ ମାନସିକ ବିକାଶ ଓ ଶାରୀରିକ ବିକାଶ ଧିମେଇଗଲା । ପାଠପଢ଼ିବା ବୟସରେ ପେନସିଲଟେ ବି ହାତରେ ଧରିବାକୁ ସମର୍ଥ ନଥିଲେ ମାନବେନ୍ଦ୍ର । ସ୍ବାମୀଙ୍କୁ ହରାଇ ଅବସାଦରେ ଥିବା ମାଆ ରେଣୁ ସିଂ କିନ୍ତୁ ପୁଅର ଏଭଳି ଅବସ୍ଥାରେ ଧୈର୍ଯ୍ୟହରା ହୋଇନଥିଲେ ବରଂ ନିଜ ମନଟାଣ କରି ପୁଅ ପାଇଁ ନିଜକୁ ମଜଭୁତ କଲେ ।