ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ
1 min read
ବାରାମତି: ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ସେ ମୁମ୍ବାଇରୁ ବାରାମତି ଯାତ୍ରା କରୁଥିଲେ। ସେ ବାରାମତିରେ ଜିଲ୍ଲା ପରିଷଦ ନିର୍ବାଚନ ସମୟରେ ଏକ ସମ୍ପର୍କିତ ନିର୍ବାଚନୀ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ। ବିମାନବନ୍ଦର ନିକଟ ଏକ କ୍ଷେତରେ ବିମାନଟି ଖସି ପଡ଼ିଥିଲା। ଏବେ ଏହି ବିମାନକୁ କିଏ ଉଡ଼ାଉଥିଲେ ତାହା ସାମ୍ନାକୁ ଆସିଛି। ପାଇଲଟଜଣଙ୍କ ଥିଲେ ଶମ୍ଭବୀ ପାଠକ।
ଯଦି ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କୁହାଯାଏ ତେବେ ସେ ମୁମ୍ବାଇରେ ପାଠପଢ଼ିଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଏରୋନଟିକ୍ସ ଓ ବିମାନ ବିଜ୍ଞାନରେ ବିଏସ୍ସି. ଡିଗ୍ରୀ ହାସଲ କରିଥିଲେ ଶମ୍ଭବୀ। ପାଇଲଟ୍ ହେବା ପାଇଁ ୨୦୧୮-୧୯ ମସିହାରେ ନ୍ୟୁଜିଲାଣ୍ଡ ଇଣ୍ଟରନ୍ୟାସନାଲ୍ କମର୍ସିଆଲ୍ ପାଇଲଟ୍ ଏକାଡେମୀରୁ ବାଣିଜ୍ୟିକ ପାଇଲଟ୍ ତାଲିମ ନେଇଥିଲେ ସେ। ନ୍ୟୁଜିଲ୍ୟାଣ୍ଡ ସିଭିଲ୍ ଏଭିଏସନ୍ ଅଥରିଟିରୁ ସେ ତାଙ୍କର ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ ପାଇଥିଲେ।
ରିପୋର୍ଟ ଅନୁସାରେ, ବିମାନ ଉଡ଼ାଉଥିଲେ ଅଭିଜ୍ଞ କ୍ୟାପଟେନ ସୁମିତ ଓ ଫାଷ୍ଟ ଅଫିସର ଶମ୍ଭବୀ ପାଠକ। ଦୁର୍ଘଟଣା ପରେ ଉଭୟ ପାଇଲଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ମୃତକ ପିଙ୍କି ମାଲି ବିମାନ ପରିଚାରିକା ଭାବରେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନଟି ଭିଏସ୍ଆର୍ ଭେଞ୍ଚର୍ସର ମାଲିକାନା ଥିବା ଏକ ଲିଅରଜେଟ୍ ୪୫ ମଡେଲ୍ ବିମାନ ଥିଲା। ବିମାନର ପଞ୍ଜିକରଣ ନମ୍ବର ଭିଟି-ଏସ୍ଏସ୍କେ ଥିଲା।


