April 21, 2025

ଶପଥ ନେଲେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀ

1 min read

ମହାରାଷ୍ଟ୍ର: ମହାରାଷ୍ଟ୍ର କ୍ୟାବିନେଟର ମନ୍ତ୍ରିମଣ୍ଡଳ ରବିବାର ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ନାଗପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମ୍ପନ୍ନ ହୋଇଛି। ବିଧାନସଭା ଆରମ୍ଭ ହେବା ପରେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି। ବିଜେପିରୁ ସର୍ବାଧିକ ୧୯ ମନ୍ତ୍ରୀ ଶପଥ ନେଇଥିବାବେଳେ ଶିବସେନାରୁ ୧୧ ଏବଂ ଏନସିପିରୁ ୯ ମନ୍ତ୍ରୀ ଶପଥ ନେଇଛନ୍ତି।
ଶପଥ ଗ୍ରହଣ ଉତ୍ସବରେ ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବଓ୍ବାନକୁଲେ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ତାଙ୍କ ପରେ ରାଧାକ୍ରିଷ୍ଣା ବିଖେ ପାଟିଲ ଶପଥ ନେଇଥିଲେ। ସେହପରି ଚନ୍ଦ୍ରକାନ୍ତ ପାଟିଲ, ପଙ୍କଜ ମୁଣ୍ଡେ, ନିତେଶ ରାଣେ, ଗିରୀଶ ମହାଜନ, ଗଣେଶ ନାଏକ, ମଙ୍ଗଲ ପ୍ରଭାତ ଲୋଧା, ଜୟକୁମାର ରାଓ୍ବଲ, ଅତୁଲ ସାଭେ, ଅଶୋକ ଉଇକେ, ଆଶିଷ ଶେଲାର, ଶିବେନ୍ଦ୍ରରାଜେ ଭୋସଲେ, ଜୟକୁମାର ଗୋରେ, ସଞ୍ଜୟ ସାଭକରେ, ଆକାଶ ଫୁଣ୍ଡକାର ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ