October 15, 2025

କୁଷ୍ମାଣ୍ଡା ବେଶରେ ମା ସମଲେଶ୍ବରୀ

1 min read

ବରଗଡ଼: ଶାରଦୀୟ ପୂଜାତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶରୀ ଗୁରୁବାର କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି। ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କୁ ଦର୍ଶନ କରୁଛନ୍ତି । ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।