January 17, 2025

ବାଜି ପଲଟାଇଦେଲା ଲକ୍ଷ୍ନୌ

1 min read

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ମେଗା ନିଲାମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ରିଷଭ ପନ୍ତଙ୍କୁ କିଣିଥିଲେ। ଏହି ପରି ଭାବେ ଆଇପିଏଲ ଇତିହାସରେ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଲକ୍ଷ୍ନୌ ତାଙ୍କୁ ୨୭ କୋଟିରେ କିଣିଛି। କିନ୍ତୁ ଆପଣ ଜାଣନ୍ତି କି ପୂର୍ବରୁ ପନ୍ତ ମାତ୍ର ୨୦.୭୫ କୋଟି ଟଙ୍କା ମିଳିବାକୁ ଯାଉଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏହି ମୂଲ୍ୟରେ ଆରଟିଏମ ଲାଗୁ କରିଥିଲା। କିନ୍ତୁ ତା’ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଆସି ପୂରା ଖେଳକୁ ବଦଳାଇଦେଇଥିଲା।

ବାସ୍ତବରେ ଲକ୍ଷ୍ନୌ ମେଗା ନିଲାମରେ ରିଷଭ ପନ୍ତଙ୍କ ଉପରେ ପ୍ରଥମ ବିଡ ଲଗାଇଥିଲା। ଏହା ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଏହି ରେସରେ ଯୋଗ ଦେଇଥିଲା। ଆରସିବି ୧୧ କୋଟିର ଶେଷ ବିଡ କରିଥିଲା। ଏହା ପରେ ଲକ୍ଷ୍ନୌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାର ଶେଷ ବିଡ ଲଗାଇଥିଲା। ତା’ପରେ ଲକ୍ଷ୍ନୌ ୨୫ ଲକ୍ଷ ଅଧିକ ବୃଦ୍ଧି କରି ୨୦.୭୫କୋଟି ଟଙ୍କା ଲଗାଇଥିଲା। ଏହିଠାରୁ ଖେଳ ପଲଟିଗଲା।