June 25, 2026

ଜୁନ୍ ୧ ତାରିଖରୁ ସାରା ଦେଶରେ ଏଲପିଜି ସିଲିଣ୍ଡରର ଦର ହ୍ରାସ

1 min read

ନୂଆଦିଲ୍ଲୀ: ଜୁନ୍ ୧ ତାରିଖରୁ ସାରା ଦେଶରେ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ତୈଳ ବିପଣନ କମ୍ପାନିଗୁଡ଼ିକ (ଓଏମସି) ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି। ଜୁନ୍ ୧ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୪ ଟଙ୍କା ହ୍ରାସ ପାଇଛି।

ଏହା ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଭଳି ପ୍ରତିଷ୍ଠାନଗୁଡ଼ିକୁ ଲାଭ ଦେବ। ଦର ହ୍ରାସ ଯୋଗୁ ବ୍ୟବସାୟ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଲଗାତାର ତୃତୀୟ ମାସ ଧରି ବାଣିଜ୍ୟିକ ସିଲିଣ୍ଡରର ଦର ହ୍ରାସ ପାଇଛି। ପୂର୍ବରୁ, ମେ’ ମାସରେ ମୂଲ୍ୟ ୧୪.୫ ଟଙ୍କା ହ୍ରାସ କରାଯାଇଥିଲା ଏବଂ ଏପ୍ରିଲ ମାସରେ ମଧ୍ୟ ୪୧ ଟଙ୍କା ହ୍ରାସ କରାଯାଇଥିଲା।