March 11, 2026

ସକ୍ରିୟ ହୋଇଉଠିଛନ୍ତି ଲୁଟେରା ଗ୍ୟାଙ୍ଗ

1 min read

ଭୁବନେଶ୍ଵର : ପୂଜା ପୂର୍ବରୁ ସକ୍ରିୟ ହୋଇଉଠିଛନ୍ତି ଲୁଟେରା ଗ୍ୟାଙ୍ଗ। ଦିନକୁ ଦିନ ରାଜ୍ୟରେ ଅପରାଧୀକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଝାଡଖଣ୍ଡରୁ ଆସି ଓଡିଶାରେ କରୁଥିଲେ ଲୁଟ୍‌ପାଟ୍। ଖୋଦ୍ ରାଜଧାନୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ପୂଜାରେ ଲୁଟିବା ପାଇଁ ଝାଡଖଣ୍ଡର ଏହି ପାହାଡି ଗ୍ୟାଙ୍ଗ୍ ଭୁବନେଶ୍ଵର ଆସିଥିଲେ। ଦୁଇ ନାବାଳକ ସହ ୫ ଲୁଟେରାଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏବଂ ସେମାନଙ୍କ ନିକଟରୁ ୬୦ରୁ ଅଧିକ ଚୋରା ମୋବାଇଲ୍ ମଧ୍ୟ ଜବତ କରାଯାଇଛି। ସେପଟେ ଯାଜପୁର ଜିଲ୍ଲାରେ ମଧ୍ୟ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଟାୱାରରୁ ଚୋରୀ କରିବା ବେଳେ ଲୁଟେରା ଧରାପଡିଛନ୍ତି । ଏମାନେ ଦୀର୍ଘ ଦିନ ହେବ ଯାଜପୁର ଜିଲ୍ଲାର ବିଭିନ୍ନ ଜିଓ ଟାୱାରରୁ ବିଭିନ୍ନ ଦାମୀ ସାମଗ୍ରୀ ଚୋରୀ କରୁଥିଲେ। ଧରା ପଡ଼ିଥିବା ବ୍ୟକ୍ତି ବିଞ୍ଝାରପୁର ଓ ଦଶରଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।