January 6, 2026

ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଲୋକ ଭବନ ଉଦ୍ୟାନ ଖୋଲିବ

1 min read

ଭୁବନେଶ୍ୱର: ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଲୋକ ଭବନ ଉଦ୍ୟାନ ଖୋଲିବ। ସ୍କୁଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସକାଳ ୮ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୨ଟା ୩୦ରୁ ସା ୬ଟା ୧୫ ପର୍ଯ୍ୟନ୍ତ ସୁନ୍ଦର ପରିବେଶ ସହ ଶୋଭାରାଜିକୁ ମନଭରି ଉପଭୋଗ କରିବାକୁ ଜନସାଧାରଣଙ୍କୁ ସୁଯୋଗ ମିଳିବ।

ତେବେ ଏଥିପାଇଁ ଗାଇଡ୍‌ଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଉଦ୍ୟାନକୁ ପ୍ରବେଶ ପାଇଁ କେବଳ ମୋବାଇଲ ଆପ୍‌ ମାଧ୍ୟରେ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି। ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ହେବ ନାହିଁ। ସେହିପରି ଉଦ୍ୟାନ ପରିଦର୍ଶନ ପାଇଁ ପ୍ଲେ ଷ୍ଟୋର କିମ୍ୱା ଆପ୍‌ ଷ୍ଟୋରରୁ ଲୋକ ଭବନ ଓଡ଼ିଶାର ମୋବାଇଲ୍‌ ଆପ୍‌ ଡ଼ାଉନ୍‌ଲୋଡ୍‌ କରିପାରିବେ କିମ୍ୱା www.lokbhavan.odisha.gov.inରେ ଯାଇ କ୍ୟୁ ଆର୍‌ କୋଡ୍‌ ମାଧ୍ୟମରେ ମୋବାଇଲ ଆପ୍‌ ଲୋଡ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି।