January 24, 2026

କଳିଙ୍ଗା ଘାଟିରେ ଭୂସ୍ଖଳନ, ପାହାଡ଼ରୁ ଧସିଲା ମାଟି ଅତଡ଼ା ଓ ପଥର

1 min read

କନ୍ଧମାଳ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କଳିଙ୍ଗା ଘାଟିରେ ଭୂସ୍ଖଳନ ଘଟିଛି। ପ୍ରବଳ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସିଯାଇଛି। ଏସବୁ ଘାଟି ରାସ୍ତାରେ ଜମା ହେବାରୁ ରାସ୍ତା ବନ୍ଦ ହୋଇଟାଇଛି। ଫଳରେ ଘାଟି ରାସ୍ତା ଦେଇ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। କନ୍ଧମାଳରୁ ଗଞ୍ଜାମ ଯୋଗାଯୋଗ ଛିନ୍ନ ହୋଇଯାଇଛି।

ଭୂସ୍ଖଳନ ଯୋଗୁ କଳିଙ୍ଗା ଘାଟିରେ ବହୁ ଗାଡ଼ିମୋଟର ଫସି ରହିଛନ୍ତି। ରାସ୍ତାର ବିଭିନ୍ନ ସ୍ଥାନରେ ପଥର ଏବଂ ମାଟି ଜମି ରହିଥିବାରୁ ଗାଡ଼ିଗୁଡ଼ିକ ଆଗକୁ କିମ୍ବା ପଛକୁ ଯାଇପାରୁ ନାହାନ୍ତି। ବାଇକଗୁଡ଼ିକ କୌଣସି ପ୍ରକାରେ ଯାତାୟାତ କରୁଥିବାବେଳେ ଚାରି ଚକିଆ ଏବଂ ଭାରିଯାନଗୁଡ଼ିକ ଅଟକି ରହିଛନ୍ତି।