January 24, 2026

ନକ୍ସଲ ଡମ୍ପରୁ ଲ୍ୟାଣ୍ଡମାଇନ ଓ ବିସ୍ଫୋରକ ଜବତ

1 min read

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଜାରି ରହିଥିବାରୁ ନକ୍ସଲ ସ୍ଥିତି ଧିରେ ଧିରେ କମିବାରେ ଲାଗିଛି। ନକ୍ସଲ ଡମ୍ପ କରି ଲ୍ୟାଣ୍ଡମାଇନ ଓ ଅନ୍ୟ ସାମଗ୍ରୀକୁ ଲୁଚାଇ ରଖୁଛନ୍ତି। ଅନ୍ୟଦିଗରେ ଯବାନ ସର୍ଚ୍ଚ ଅପରେସନ ବେଳେ ଏହି ଡମ୍ପକୁ ଉଦ୍ଧାର କରି ସମସ୍ତ ବିସ୍ଫୋରକ ଓ ଅନ୍ୟ ସାମଗ୍ରୀ ଜବତ କରି ନକ୍ସଲଙ୍କର ଆକ୍ରମଣକୁ ଦୁର୍ବଳ କରିବାରେ ସଫଳ ହେଉଛନ୍ତି।
ବିଜାପୁର ଜିଲ୍ଲାର ବଂଦେପାରା ଏବଂ ନିଲାମାଗଡୁ ଅଂଚଳରେ ରହିଥିବା ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ନକ୍ସଲ ଡମ୍ପରୁ ୧୬ଟି ବୋମା ଜବତ କରିବା ସହ ୧୦୦ କିଲୋ ଜିଲୋଟିନ,ଗନ ପାଉଡର,କୋଡେକ୍ସ ତାର,ନକ୍ସଲ ପୋଷାକ,ପୁସ୍ତକ,ବ୍ୟାଗ ସହ ଅନ୍ୟ ସାମଗ୍ରୀକୁ ଜବତ କରିଛି। ବିୟର ବୋତଲରେ ବୋମା ପ୍ରସ୍ତୁତ କରାଯାଇଥିବା ଯବାନ ଦେଖିବାକୁ ପାଇଥିଲେ। ସମସ୍ତ ୧୬ଟି ବୋମାକୁ ବୋମା ନିଷ୍କ୍ରିୟ ଦଳଙ୍କ ସହଯୋଗରେ ନିଷ୍କ୍ରିୟ କରାଯାଇଥିଲା। ଏହି ଚଢାଉରେ ଜିଲ୍ଲା ପୁଲିସ ସମେତ ଡିଆରଜି ଏବଂ ସିଆରପିଏଫ ଯବାନ ସାମିଲ ଥିଲେ। ଏହି ଅଂଚଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଉଥିବା ପୁଲିସ କହିଛି।