ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ପଟ୍ଟା ବଣ୍ଟନ ମେଳା
1 min read
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟ ପକ୍ଷରୁ ପଟ୍ଟା ବଣ୍ଟନ ମେଳା ତହସିଲଦାର ବିନୋଦ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନହିହିତକର ଯୋଜନା ସମ୍ପର୍କରେ ଗୁରୁତ୍ୱାରୋପ କରି ଏହି ପଟ୍ଟାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଛତ୍ରପୁର ଉପଜିଲାପାଳ ଡ.ଶିବାଶିଷ ବରାଳ, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ଏନ୍ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କାଉନସିଲର ଭାସ୍କର ବେହେରା, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଯୋଗଦେଇଥିଲେ। ଏହି ଅବସରରେ ୭୭୦ଟି ପଟ୍ଟା ବଣ୍ଟନ କରାଯାଇଥିଲା। ସେଥିମଧ୍ୟରେ ୭୧ଟି ବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରାଯିବା ସହ ୫୬୩ଟି ଗ୍ରାମକଣ୍ଠକ ପଟ୍ଟା, ୧୩୬ଟି ବେବନ୍ଦୋବସ୍ତ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ସରକାରଙ୍କ ନୂତନ ନିୟମ ପ୍ରକାରେ ଦୁଇଖାନା ସଂଶୋଧନ ପ୍ରକ୍ରିୟାରେ ପ୍ରସ୍ତୁତି ହୋଇଥିବା ୨୨୦୭ଟି ପଟ୍ଟାକୁ ମଧ୍ୟ ପ୍ରଦାନ କରାଯିବା ନେଇ ତହସିଲଦାର ବିନୋଦ କୁମାର ବେହେରା କହିଛନ୍ତି। ଏଥିରେ ବହୁ ଜନପ୍ରତିନିଧି ଯୋଗଦେଇଥିବା ବେଳେ ତହସିଲର କର୍ମଚାରୀମାନେ ପରିଚାଳନା କରିଥିଲେ।