March 10, 2026

”ସୋମନାଥ ସ୍ବାଭିମାନ ପର୍ବ”ରେ ସାମିଲ ହେଲେ ଲକ୍ଷାଧିକ ସାଧୁସନ୍ଥ

1 min read

ଅଯୋଧ୍ୟା: ଆଜିଠାରୁ ଆରମ୍ଭ ହୋଇଛି ସୋମନାଥ ସ୍ୱାଭିମାନ ପର୍ବ । ଏଥିରେ ଲକ୍ଷାଧିକ ସାଧୁସନ୍ଥ ସାମିଲ ହୋଇଛନ୍ତି । ସୋମନାଥ ସ୍ୱାଭିମାନ ପର୍ବରେ ଆଜି ଅପରାହ୍ନ ୫ଟା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଏହି ଉତ୍ସବରେ ସାମିଲ ଉଦବୋଧନ ଦେବା ସହିତ ଏକ ବିଶାଳ ରାଲି କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମରେ ମୋଦୀ ଲେଖିଛନ୍ତି ଯେ ଦେଶର ନୀତି ଏବଂ ଆଦର୍ଶ ସହିତ ସାଲିସ କରିନଥିବା ଅଗଣିତ ସନ୍ତାନଙ୍କୁ ସ୍ମରଣ କରିବା ଏହି ପର୍ବ ପାଳନର ଅନ୍ୟତମ ଉଦ୍ଦେଶ୍ୟ । ୧୦୨୬ମସିହା ଜାନୁଆରୀ ମାସେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଏହି ମହାନ ମନ୍ଦିର ପରବର୍ତ୍ତୀ କାଳରେ ବାରମ୍ବାର ପୁନଃର୍ନିିତ ହୋଇଥିଲା । ଶ୍ରଦ୍ଧାଳୁଙ୍କର ବିଶ୍ୱାସ ଏବଂ ଦେଶର ସଭ୍ୟତାଗତ ସଂକଳ୍ପକୁ ଏହା ନିଶ୍ଚିତ କରିଛି ।

ଦେଶର ମହାନ ସଭ୍ୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀ ନିଜ ହୃଦୟରେ ହଜାର ହଜାର ବର୍ଷ ଧରି ସୋମନାଥ ମନ୍ଦିରକୁ ଜୀବିତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଏହି ପର୍ବରେ ସାମିଲ ହେବା ସହ ହାସଟ୍ୟାଗ୍‌ ସୋମନାଥ ସ୍ୱାଭିମାନ ପରବ ବ୍ୟବହାର କରି ନିଜର ସ୍ମୃତି ବାଣ୍ଟିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।