March 22, 2026

କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ

1 min read

କୋରାପୁଟ: କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୋରାପୁଟ ଏସଡିଓ ସଞ୍ଜୟ ମଣ୍ଡଳ ସୂଚନା ଦେଇଛନ୍ତି।
ସଦର ଥାନା ଅଧୀନରେ ଥିବା ପୋଡ଼ାଗଡ଼ ଅଞ୍ଚଳରୁ ଏକ ଟ୍ରକରୁ ଡିଜେଲ ଚୋରି କରିଥିବା ୫ ଜଣ ଯୁବକ ଏବଂ ଚୋରି ଡିଜେଲକୁ କିଣିଥିବା ୬ ଜଣ ଦୋକାନୀ ଏପରିକି ମୋଟ ୧୧ ଜଣ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୪୭୦ ଲିଟର ଡିଜେଲ ସମେତ ଗୋଟିଏ ଓମିନି ଗାଡି, ପଲସର ବାଇକ, ୫ ମୋବଇଲ ଫୋନ ଜବତ କରାଯାଇଛି। ତେବେ ଏହି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ ଟୁନା ହରିଜନ ଏବଂ ଧନୁର୍ଜୟ ପରଜା ସମେତ ଅନ୍ୟ ୬ ଜଣ ଫେରାର ରହିଥିବା ସଦର ଥାନା ଅଧିକାରୀ ରୁନୁ ମାଝୀ ପ୍ରକାଶ କରିଛନ୍ତି।