January 14, 2026

ବରଗଡ଼ରେ କୋଲକାତା ପୁଲିସ

1 min read

ବରଗଡ଼: ବରଗଡ଼ର ସୁନା ଗହଣା ବ୍ୟବସାୟୀ ହେମନ୍ତ ବର୍ମାଙ୍କୁ କୋଲକାତା ପୁଲିସ ଉଠାଇ ନେଇଥିବା ଜଣା ପଡିଛି। ତେବେ କୋଲକାତା ପୁଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଦାନୱାର ଜୁଏଲର୍ସର ମାଲିକ ହେମନ୍ତ ବର୍ମା କୋଲକାତାରୁ ଲକ୍ଷାଧିକ ଟଙ୍କାର ସୁନା ଆଣି ଟଙ୍କା ଦେଇନଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ କୋଲକାତା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ବରଗଡ଼ରେ ପହଞ୍ଚି ସୁନା ଦୋକାନୀଙ୍କୁ ଉଠାଇ ନେଇଛି।